କଂଚା ଅଣ୍ଡା, ତେନ୍ତୁଳି ରସ, ଧନିଆ ପତ୍ର ପେଷ୍ଟ, କଂଚା ଲଙ୍କା ପେଷ୍ଟ, ପିଆଜ, ରସୁଣ, ଅଦା, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର, ଧନିଆ ପତ୍ର, ତେଲ, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଣ୍ଡାକୁ ଭାଙ୍ଗି ସେଥିରେ ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ଭଲଭାବେ ଫେଣ୍ଟିବେ । ଏହାପରେ ଗ୍ୟାସରେ ତାଓ୍ବା ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଅଣ୍ଡାକୁ ଢାଳି ଓମଲେଟ ପ୍ରସ୍ତୁତ କରି, ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ଓମଲେଟକୁ ଛୋଟ ଛୋଟ କରି କାଟିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ ଏବଂ ଅଦା ପକାଇ ଭାଜିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ ସେଥିରେ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର, ଲୁଣ ପକାଇ ଗୋଳାଇବେ । ଏହାପରେ ସେଥିରେ ଧନିଆ ପତ୍ର ପେଷ୍ଟ, କଂଚା ଲଙ୍କା ପେଷ୍ଟ, ତେନ୍ତୁଳୀ ରସ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କାଟି ରଖିଥିବା ଅଣ୍ଡା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗରମ ମସଲା, କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ତେନ୍ତୁଳି ରସ ଅଣ୍ଡା ମସଲା । ଏବେ ଏହାର ମଜା ନେଇ ପାରିବେ ।