ବାସୁମତି ଚାଉଳ, ଚିନି, ଲୁଣ, ତେଲ, କାଜୁ, ପିସ୍ତାବାଦାମ, ଗୋଟା ଜିରା, ଧନିଆ ପତ୍ର, ସେଓ, ଅଙ୍ଗୁର, ନଡିଆ, କମଳା, ଚେରୀ, ଡାଳିମ୍ବ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ପାଣି ଢାଳିବେ । ପାଣି ଫୁଟି ଆସିଲେ ସେଥିରେ ଗୋଟା ଜିରା, ତେଲ ଏବଂ ଲୁଣ ପକାଇ ଆଉ କିଛି ସମୟ ଫୁଟିବାକୁ ଛାଡିବେ । ତାପରେ ସେଥିରେ ପାଣିରେ ଭିଜାଇ ରଖିଥିବା ଚାଉଳକୁ ଛାଣି ପକାଇ, ଚାଉଳକୁ ସିଝିବାକୁ ଛାଡିବେ । ଚାଉଳ ସିଝିଯିବା ପରେ ଏକ ପାତ୍ରକୁ ଛାଣି ରଖିବେ । କିନ୍ତୁ ମନେ ରଖିବେ ଚାଉଳକୁ ଅଧିକ ସିଝାଇବେ ନାହିଁ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ, କାଜୁ, ପିସ୍ତାବାଦାମ, କଟା ସେଓ, ଅଙ୍ଗୁର, ଡାଳିମ୍ବ, କମଳା, କଟା ନଡିଆ ପକାଇ ଅଳ୍ପ ଭାଜିବେ । ଏହାପରେ ସେଥିରେ ପ୍ରସ୍ତୁତ କରିଥିବା ଭାତ ଏବଂ ଅଳ୍ପ ଚିନି ପକାଇ ଗୋଳାଇବେ । ତାପରେ ସେଥିରେ କଟା ଚେରୀ, ଧନିଆ ପତ୍ର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଫଳ ପଲାଉ । ଏବେ ଏହାର ମଜା ନେଇ ପାରିବେ ।