ରସୁଣ, ସୋରିଷ, ଜିରା, ତେଲ, ଲୁଣ, ଧନିଆ ପତ୍ର, ବାଦାମ୍ ଗୁଣ୍ଡ, ଲଙ୍କା ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ରସୁଣର ଚୋପା ଛଡେଇ ରସୁଣକୁ ଛେଚି ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ, ଜିରା ଏବଂ ରସୁଣ ଛେଚା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ରସୁଣ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ବାଦାମ୍ ଗୁଣ୍ଡ ପକାଇ ୧ ରୁ ୨ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଲଙ୍କା ପାଉଡର ପକାଇ ଅଳ୍ପ ସମୟ ଫ୍ରାଏ କରିବେ । ତାପରେ ସେଥିରେ କଟା ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ରସୁଣ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।