ମଟନ, ହଳଦୀ ପାଉଡର, ଲୁଣ, ଜିରା ପାଉଡର, ଧନିଆ ପାଉଡର, ସୋରିଷ ତେଲ, ଲଙ୍କା ପାଉଡର, ପିଆଜ, ରସୁଣ, କଂଚାଲଙ୍କା, ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମଟନକୁ ଭଲଭାବେ ଧୋଇ ସେଥିରେ ହଳଦୀ ପାଉଡର, ଲୁଣ, ଜିରା ପାଉଡର, ଧନିଆ ପାଉଡର, ସୋରିଷ ତେଲ, ଲଙ୍କା ପାଉଡର, କଟା ପିଆଜ, ଗୋଟା ରସୁଣ, କଟା କଂଚାଲଙ୍କା ପକାଇ ଭଲଭାବେ ଗୋଳାଇ ରଖିବେ । ତାପରେ ଗ୍ୟାସରେ କୁକର ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟା ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ଚୋପାଛଡା ଗୋଟା ରସୁଣ ପକାଇ ଫ୍ରାଏ କରିବେ । ଏହା ଅଳ୍ପ ଫ୍ରାଏ ହୋଇ ଆସିଲେ, ସେଥିରେ ଗୋଳାଇ ରଖିଥିବା ମଟନ ପକାଇ କଷିବେ । ମଟନ କଷି ହେବା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଏବଂ ଲୁଣ ପକାଇ କୁକର ବନ୍ଦ କରି ମଟନକୁ ସିଝିବାକୁ ଛାଡିବେ । ମଟନ ସିଝିବା ପରେ କୁକର ଖୋଲି ସେଥିରେ କଟା ଧନିଆ ପତ୍ର, ଗରମ ମସଲା, ଏବଂ କିଛି ଗୋଟା ରସୁଣ ପକାଇବେ । ପ୍ରସ୍ତୁତ ହୋଇଗଲା ଗାର୍ଲିକ୍ ମଟନ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।