ପନିର୍, ରସୁଣ, ପିଆଜ, ଅଦା, କାଜୁ, ମଗଜ, ଗୁଜୁରାତି, ଡାଲଚିନି, ଗୋଲମରିଚ, ଲୁଣ, ହଳଦୀ ପାଉଡର, ଧନିଆ ପାଉଡର, ଚିନି, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍ କ୍ରୀମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରତମେ ଗ୍ୟାସ୍ରେ କୁକର୍ ବସେଇ ସେଥିରେ କଟା ପିଆଜ, ଚୋପା ଛଡା ରସୁଣ, କଟା ଅଦା, କାଜୁ, ମଗଜ, ଗୁଜୁରାତି, ଡାଲଚିନି, ଗୋଲମରିଚ ପକାଇ ସେଥିରେ ପାଣି ଢାଳିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଧନିଆ ପାଉଡର, ହଳଦୀ ପାଉଡର ପକାଇ କୁକର୍ ବନ୍ଦ କରିବେ । ୪ ରୁ ୫ ଟି ସିଟି ଦେବାପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ କୁକର୍ ଖୋଲି ଏହି ମସଲାକୁ ବାହାର କରି ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ଏକ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ରସୁଣ ପକାଇ ସେ ପର୍ଯ୍ୟନ୍ତ ଫ୍ରାଏ କରିବେ, ଯେପର୍ଯ୍ୟନ୍ତ ରସୁଣର କଂଚା ବାସ୍ନା ନଯାଇଛି । ଏହାପରେ ସେଥିରେ ଅଳ୍ପ ହଳଦୀ ପାଉଡର ପକାଇ ମିକ୍ସ କରି, ଗ୍ରାଇଣ୍ଡିଂ କରିଥିବା ମସଲା ପକାଇ ଭଲଭାବେ ଗୋଳାଇବେ । ଏହାପରେ ତାକୁ କିଛି ସମୟ ଭଲଭାବେ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ ଅଳ୍ପ ଚିନି ପକାଇବେ । ତାପରେ ସେଥିରେ କଂଚା କଟା ପନିର ପକାଇ ଭଲଭାବେ ଗୋଳାଇବେ । ଏହାପରେ ତା ଉପରେ କିଛି କସ୍ତୁରୀ ମେଥି ,ଗରମ ମସଲା ପକାଇ ମିକ୍ସ କରିବେ । ଏହାପରେ ସେଥିରେ କିଛି ଫ୍ରେଶ୍ କ୍ରୀମ୍ ପକାଇ ଗୋଳାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଗାର୍ଲିକ୍ ପନିର୍ । ଏବେ ଭାତ କିମ୍ବା ରୋଟି ସହିତ ଏହାର ମଜା ନେଇ ପାରିବେ ।