Headlines 12pm
ଆବଶ୍ୟକ ସାମଗ୍ରୀ-
ସିଝା ଅଣ୍ଡା, ରସୁଣ, ଅଦା, ପିଆଜ, ଧନିଆ ପତ୍ର, କସ୍ତୁରୀ ମେଥି, ଲୁଣ, ତେଲ, ଘିଅ, ୟେଲୋ ଚିଲ୍ଲୀ ପାଉଡର, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଣ୍ଡାକୁ ସିଝାଇ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବପରେ ସେଥିରେ କଟା ରସୁଣ, କଟା ଅଦା, କଟା ପିଆଜ ପକାଇ ଫ୍ରାଏ କରିବେ । ଏହାପରେ ଅଣ୍ଡାକୁ ଛୋଟଛୋଟ କାଟି ସେଥିରେ ପକାଇବେ । ଏହାପରେ ସେଥିରେ ୟେଲୋ ଚିଲ୍ଲୀ ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ, ଗରମ ମସଲା ପକାଇ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ କସ୍ତୁରୀ ମେଥି ପକାଇ ମିକ୍ସ କରିବେ । ତାପରେ ସେଥିରେ ଘିଅ ପକାଇ ଭଲଭାବେ ଗୋଳାଇବେ । ଅଳ୍ପ ସମୟ ଗ୍ୟାସ୍ରେ ବସେଇବା ପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଗୋଲ୍ଡେନ୍ ଏଗ୍ ଟିକ୍କା । ଏବେ ତା ଉପରେ କିଛି କଟା ଧନିଆ ପତ୍ର ପକାଇ, ଗରମ ଗରମ ଏହାର ମଜା ନେଇ ପାରିବେ ।