ଚୁଡା, ଧନିଆ ପତ୍ର, ପୁଦିନା ପତ୍ର, ଲୁଣ, ଚିନି, ତେଲ, ଜିରା, ରସୁଣ, କଂଚା ଲଙ୍କା, କାଜୁ, ଲେମ୍ବୁ ରସ, ନଡିଆ କୋରା, ସୋରିଷ, ପିଆଜ, ସିଝା ଗ୍ରୀନ୍ ମଟର୍ ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଏକ ପାତ୍ର ନେଇ ସେଥିରେ ପାଣି ନେଇ ଚୁଡା ପକାଇ ଧୋଇବେ । ଏହାପରେ ଚୁଡାରେ ଚିନି ପକାଇ ୫ ରୁ ୬ ମିନିଟ ଯାଏଁ ରଖିବେ । ଏହାପରେ ଧନିଆ ପତ୍ର, କଂଚା ଲଙ୍କା, ପୁଦିନା ପତ୍ର, ଜିରା, ରସୁଣ, ଲେମ୍ବୁ ରସ, ଲୁଣ, ନଡିଆ କୋରା ଏବଂ ଅଳ୍ପ ପାଣି ମିଶାଇ ଏ ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କାଜୁ ପକାଇ ଫ୍ରାଏ କରି ଏକ ପାତ୍ରକୁ କାଢିବେ । ଏହାପରେ ସେହି ପ୍ୟାନରେ ପୁଣି ଅଳ୍ପ ତେଲ ପକାଇ ଗରମ କରିବେ । ଏହାପରେ ସେଥିରେ ସୋରିଷ, କଟା ପିଆଜ ପକାଇ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ଗ୍ରୀନ୍ ମସଲା ପକାଇ ମିକ୍ସ କରିବେ । ତାପରେ ସେଥିରେ ରଖିଥିବା ଚୁଡା ପକାଇ ଗୋଳାଇବେ । ଏହାପରେ ସେଥିରେ ସିଝା ଗ୍ରୀନ୍ ମଟର,ଫ୍ରାଏ କରି ରଖିଥିବା କାଜୁ ଏବଂ ଲୁଣ ପକାଇ ମିକ୍ସ କରି ୨ ରୁ ୩ ମିନିଟ ଯାଏଁ ଫ୍ରାଏ କରିବେ । ତାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଗ୍ରୀନ୍ ମସଲା ପୋହା । ଏବେ ଏହାର ମଜା ନେଇ ପାରିବେ ।