ବାଇକକୁ ଧକ୍କା ଦେଲା ଡମ୍ଫର
ଆବଶ୍ୟକ ସାମଗ୍ରୀ-
କଂଚା ପିଜୁଳି, କ୍ଷୀର, ଚିନି, ବିଟ୍, ଗୁଜୁରାତି ଗୁଣ୍ଡ, କାଜୁ, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ପିଜୁଳିକୁ ଧୋଇ ଗ୍ରେଡ୍ କରି ଏକ ପ୍ଲେଟରେ ରଖିବେ । ଏହାପରେ ଖଣ୍ଡିଏ ଛୋଟ ବିଟ୍କୁ ମଧ୍ୟ ଚୋପା ଛଡେଇ ଗ୍ରେଡ୍ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ, ସେଥିରେ ଗ୍ରେଡ୍ କରି ରଖିଥିବା ପିଜୁଳି ଓ ବିଟ୍କୁ ପକାଇ ଫ୍ରାଏ କରିବେ । କମ୍ ଆଂଚରେ ଏହାକୁ ୪ ରୁ ୫ ମିନିଟ ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ ନଖଉଷୁମ୍ ଥିବା କ୍ଷୀର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ମିଲ୍କ୍ ପାଉଡର, ଚିନି ପକାଇ ମିକ୍ସ କରିବେ । ଚିନି ଭଲଭାବେ ମିକ୍ସ ହେବା ଯାଏଁ ତାକୁ ଗୋଳାଇବେ । ଏହାପରେ ସେଥିରେ କଟା ହୋଇଥିବା କାଜୁ , ପିସ୍ତାବାଦାମ୍ ପକାଇ ଗୋଳାଇବେ । ତାପରେ ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକାଇ ମିକ୍ସ କରି , ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ପିଜୁଳି ହାଲୁଆ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।