ନୁଡୁଲ୍ସ, ରସୁଣ, ପିଆଜ, ତେଲ, ଲୁଣ, ଗାଜର, କ୍ୟାପସିକମ, ପତ୍ରକୋବି , ଗ୍ରୀନ୍ ମଟର, ସୋୟା ସସ୍ , ଚିଲ୍ଲୀ ସସ୍ , ଟମାଟୋ ସସ୍ , ଭିନେଗାର, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ନୁଡୁଲ୍ସକୁ ସିଝାଇ, ଛାଣି ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ। ତେଲ ଗରମ ହେବାପରେ ସେଥିରେ କଟା ରସୁଣ ଏବଂ କଟା ପିଆଜ ପକାଇ ଫ୍ରାଏ କରିବେ । ଏହା ହାଲକା ଫ୍ରାଏ ହେବା ପରେ, ସେଥିରେ ପତଳା ପତଳା କଟା ହୋଇଥିବା ଗାଜର, କ୍ୟାପସିକମ, ପତ୍ରକୋବି , ଗ୍ରୀନ୍ ମଟର ପକାଇ ମିକ୍ସ କରିବେ । ଏହାପରେ ପୂର୍ବରୁ ସିଝାଇ ରଖିଥିବା ନୁଡୁଲ୍ସରେ ସୋୟା ସସ୍ , ଚିଲ୍ଲୀ ସସ୍ , ଟମାଟୋ ସସ୍ , ଅଳ୍ପ ଭିନେଗାର ଏବଂ ଲୁଣ ପକାଇ ଗୋଳାଇ , ଗ୍ୟାସରେ ବସିଥିବା ପରିବା କଡେଇରେ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସ୍ ବନ୍ଦ କରି , ତା ଉପରେ କିଛି କଟା ପିଆଜ, କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ହାକ୍କା ନୁଡୁଲ୍ସ । ଏବେ ଗରମା ଗରମ ଏହାର ମଜା ନେଇ ପାରିବେ ।