କଙ୍କଡା, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଜିରା, କଂଚା ଲଙ୍କା, ଗୋଲମରିଚ, ଲବଙ୍ଗ, ଡାଲଚିନି, ଗୁଜୁରାତି, ତେଜପତ୍ର, ଅଦା, ରସୁଣ, ପିଆଜ, ଗରମ ମସଲା, ଧନିଆ ପତ୍ର ପେଷ୍ଟ, ଟମାଟୋ ପ୍ୟୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଙ୍କଡାକୁ ସଫା କରି, ସେଥିରେ ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଅଦା-ରସୁଣ ଛେଚା ପକାଇ ଗୋଳାଇ ୧୫ ରୁ ୨୦ ମିନିଟ ଯାଏ ରଖିବେ । ଏହାପରେ ଚୁଲୀରେ ହାଣ୍ଡି ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଜିରା, ଗୋଲମରିଚ, ଲବଙ୍ଗ, ଡାଲଚିନି, ଗୁଜୁରାତି, ତେଜପତ୍ର, କଟା କଂଚା ଲଙ୍କା ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜିହେବା ପରେ ସେଥିରେ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଅଦା-ରସୁଣ ପେଷ୍ଟ ପକାଇ କଷିବେ । ମସଲାର କଂଚା ବାସ୍ନା ଯିବା ପରେ, ସେଥିରେ ଟମାଟୋ ପ୍ୟୁରୀ , ଧନିଆ ପତ୍ର ପେଷ୍ଟ ,ଲୁଣ ପକାଇ ଗୋଳାଇବେ । ଏହାପରେ ସେଥିରେ ଗୋଳାଇ ରଖିଥିବା କଙ୍କଡା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଘୋଡାଇ,କଙ୍କଡାକୁ ଭଲଭାବେ ସିଝିବାକୁ ଛାଡିବେ । ଦେଖିବେ କଙ୍କଡା ଭଲଭାବେ ସିଝି ଆସିଲେ, ସେଥିରେ ଗରମ ମସଲା ପକାଇ ଚୁଲୀରୁ ହାଣ୍ଡିକୁ ଓହ୍ଲାଇବେ । ପ୍ରସ୍ତୁତ ହୋଇଗଲା ହାଣ୍ଡି କଙ୍କଡା ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।