ଆଳୁ, ମହୁ, ତେଲ, ଲୁଣ, ପିଆଜ, ରସୁଣ, ଅଦା, ଧଳା ରାଶି, ଟମାଟୋ ସସ୍, ଚିଲ୍ଲୀ ସସ୍, ସୋୟା ସସ୍, କର୍ଣ୍ଣଫ୍ଲୋର, କ୍ୟାପସିକମ୍, ଗୋଲମରିଚ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ଆଳୁର ଚୋପା ଛଡେଇ,ଧୋଇ ପତଳା ପତଳା ଲମ୍ବା ଲମ୍ବା କରି କାଟିବେ । ଏହାପରେ ଗ୍ୟାସରେ କଡେଇ ବସେଇ ପାଣି ଢାଳିବେ । ପାଣି ଫୁଟି ଆସିଲେ ସେଥିରେ କଟା ଆଳୁ ପକାଇ ସିଝାଇବେ । ଆଳୁ ସିଝି ଅସିଲେ ଏକ ପାତ୍ରକୁ ପାଣିରୁ ଛାଣି ରଖିବେ । ଏହାପରେ ସେଥିରେ କର୍ଣ୍ଣଫ୍ଲୋର ପକାଇ ମିକ୍ସ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ଆଳୁ ପକାଇ ଫ୍ରାଏ କରି, ଏକ ପାତ୍ରକୁ କାଢିବେ । ତାପରେ ଆଉ ଏକ ପାତ୍ର ନେଇ ସେଥିରେ କର୍ଣ୍ଣଫ୍ଲୋର ନେଇ, ଅଳ୍ପ ପାଣି ମିଶାଇ ଗୋଳାଇବେ । ତାପରେ ଗ୍ୟାସରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ଅଦା, ରସୁଣ ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ପିଆଜ, କଟା କ୍ୟାପସିକମ୍ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଟମାଟୋ ସସ୍, ଚିଲ୍ଲୀ ସସ୍, ସୋୟା ସସ୍, ମହୁ, ଧଳା ରାଶି, ଗୋଲମରିଚ ପାଉଡର ପକାଇ ଅଳ୍ପ ସମୟ ଫ୍ରାଏ କରିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି, ଲୁଣ ଏବଂ ଗୋଳାଇ ରଖିଥିବା କର୍ଣ୍ଣଫ୍ଲୋର ପକାଇ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ ଫ୍ରାଏ କରିଥିବା ଆଳୁ ପକାଇବେ । ପ୍ରସ୍ତୁତ ହୋଇଗଲା ହନି ଚିଲ୍ଲୀ ପଟାଟୋ । ଏବେ ଏହାର ମଜା ନେଇ ପାରିବେ ।