ଆବଶ୍ୟକ ସାମଗ୍ରୀ-
ଅଟା, ମଇଦା, ଗୋଲମରିଚ, ପାନମଧୁରୀ, ଲୁଣ, ଘିଅ, ମହୁ, ପାଚିଲା କଦଳୀ, ଦହି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ପ୍ୟାନ୍ ଗରମ କରିବେ । ପ୍ୟାନ୍ ଗରମ ହେବାପରେ ସେଥିରେ ଗୋଲମରିଚ, ପାନମଧୁରୀ ପକାଇ ଭାଜିବେ । ଏହାପରେ ଗୋଲମରିଚ ଏବଂ ପାନମଧୁରୀକୁ ହାଲ୍କା ଗୁଣ୍ଡ କରିବେ । ଏହାପରେ ଏକ ପାତ୍ରରେ ଅଟା, ମଇଦା,ପାଚିଲା କଦଳୀ, ଦହି, ଗୋଲମରିଚ, ପାନମଧୁରୀ ଗୁଣ୍ଡ, ଅଳ୍ପ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ପୁଣି ମିକ୍ସ କରିବେ । ତାପରେ ଏହି ମିଶ୍ରଣକୁ ଏକ ଘଂଟା ଯାଏଁ ଛାଡିବେ । ଏହାପରେ ଆଉ ଏକ ପାତ୍ରରେ ଆବଶ୍ୟକ ଅନୁଯାୟୀ ମହୁ ନେଇ ସେଥିରେ ଗରମ ପାଣି ପକାଇ ମିକ୍ସ କରିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଅଟା, ମଇଦା ମିଶ୍ରଣକୁ ଏକ ଛୋଟ ଚାମଚ ସାହାଯ୍ୟରେ ନେଇ ଅଳ୍ପ ଅଳ୍ପ ପକାଇବେ । ଦେଖିବେ ଉଭୟ ପାଶ୍ୱର୍ ଗୋଲ୍ଡେନ୍ କଲର ହୋଇ ଆସିଲେ, ତାକୁ ଘିଅରୁ କାଢି ପ୍ରସ୍ତୁତ କରି ରଖିଥିବା ମହୁ ଶିରାରେ ପକାଇବେ । ପ୍ରସ୍ତୁତ ହୋଇଗଲା ମହୁ ମାଲପୁଆ । ଏବେ ମହୁ ଶିରାରୁ କାଢି ଗରମ ଗରମ ଏହାର ମଜା ନେଇ ପାରିବେ ।