ବଡା ପାଓ, ମହୁ, ସୋରିଷ ପେଷ୍ଟ, ବଟର, ଟମାଟୋ, କାକୁଡି, କ୍ୟାପ୍ସିକମ୍, ଲୁଣ, ଗୋଲମରିଚ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଏକ ପାତ୍ରରେ ମହୁ, ସୋରିଷ ପେଷ୍ଟ ଓ ବଟର ନେଇ ଭଲଭାବେ ମିକ୍ସ କରିବେ । ଏହାପରେ ବଡା ପାଓକୁ ନେଇ ଦୁଇ ଫାଳ କରି ,ତା ଭିତରେ ପ୍ରସ୍ତୁତ ହୋଇଥିବା ମିଶ୍ରଣ ଭଲଭାବେ ଲଗାଇବେ । ଏହାପରେ ଦୁଇଟି ବନ୍ଧାକୋବି ପତ୍ରକୁ ତେଲ ରେ ହାଲ୍କା ଫ୍ରାଏ କରି ଏହା ଉପରେ ରଖିବେ । ତା ଉପରେ ପତଳା ପତଳା ହୋଇ କଟା ହୋଇଥିବା କାକୁଡି ଓ ଟମାଟୋ ରଖିବେ । ତା ଉପରେ କଟା ହୋଇଥିବା ଅଳ୍ପ କ୍ୟାପ୍ସିକମ୍ ରଖି ତା ଉପରେ ଗୋଲମରିଚ ଗୁଣ୍ଡ ଓ ଲୁଣ ଅଳ୍ପ ପକାଇ ତା ଉପରେ ଆଉ ଏକ ପାଓ ରଖିବେ । ପ୍ରସ୍ତୁତ ହୋଇଗଲା ମହୁ-ସୋରିଷ ସାଣ୍ଡୱିଚ୍ । ଏହାକୁ ସସ୍ ଲଗାଇ ଖାଇପାରିବେ ।