କାଜୁ, ଚିନି, କ୍ଷୀର, ଡାର୍କ ଚକୋଲେଟ, ଘିଅ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ କାଜୁକୁ ଗ୍ରାଇଣ୍ଡିଂକରି ରଖନ୍ତୁ । ଅନ୍ୟପଟେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ପାଣି, ଚିନି ଓ କ୍ଷୀର ପକାଇ ସିରା ପ୍ରସ୍ତୁତ କରନ୍ତୁ । ସିରା ପ୍ରସ୍ତୁତ ହେବା ପରେ ଗ୍ୟାସବନ୍ଦ କରି ସେଥିରେ କାଜୁ ଗୁଣ୍ଡ ପକାଇ ୫ ରୁ ୬ ମିନିଟ୍ ଯାଏଁ ଗୋଳାନ୍ତୁ । ଏପରି ଗୋଳାଇବା ଦ୍ୱାରା ଏଥିରୁ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ ହେବ । ଏହା ଅଳ୍ପ ଥଣ୍ଡା ହେବା ପରେ ହାତରେ ଘିଅ ବା ତେଲ ଲଗାଇ ଭଲଭାବେ ଚକଟନ୍ତୁ । ଏହାପରେ ଏକ ପ୍ଲେଟରେ ବଟର ପେପର ରଖି ଏହି ଚକଟାକୁ ରଖି ଧିରେ ଧିରେ ମୋଟା କରି ବେଲନ୍ତୁ । ଅନ୍ୟଏକ ପାତ୍ରରେ ଚକୋଲେଟକୁ କାଢି ମେଲ୍ଟ କରନ୍ତୁ । ମେଲ୍ଟ ହେବା ପରେ ତାକୁ ନେଇ ବେଲା ହୋଇଥିବା କାଜୁ ଉପରେ ଧିରେ ଧିରେ ଢାଳି ଚାରିପଟେ ଲଗାଇଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏହାକୁ ଫ୍ରିଜରେ ୨୦ ରୁ ୨୫ ମିନିଟ ଯାଏଁ ରଖନ୍ତୁ । ଦେଖିବେ ଚକୋଲେଟ ସେଟ ହୋଇଯିବା ପରେ ତାକୁ କାଢି ବିଭିନ୍ନ ଆକାରର କାଟନ୍ତୁ । ପ୍ରସ୍ତୁତ ହୋଇଗଲା କାଜୁ-ଚକୋଲେଟ କଟଲେଟ୍ ।