କଲରା, ଲୁଣ, ତେଲ, ଲେମ୍ବୁ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ପାନମଧୁରୀ, ଚାଟ୍ ମସଲା, ଆମଚୁର ପାଉଡର, ଗରମ ମସଲା, ଧନିଆ ପାଉଡର, ଚିନି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଲରାକୁ ଛୋଟଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖିବେ । ଏହାପରେ କଲରାର ମଞ୍ଜିକୁ କାଢି ବାହାର କରିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ ପାଣି ଲୁଣ,ହଳଦୀ ଏବଂ କଟା କଲରା ପକାଇ ସିଝାଇବେ । ଦେଖିବେ କଲରା ସିଝି ଆସିଲେ , ଏକ ପାତ୍ରକୁ କଲରାକୁ କାଢି ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ସିଝାଇ ରଖିଥିବା କଲରା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଲୁଣ, ଧନିଆ ପାଉଡର, ପାନମଧୁରୀ, ଲଙ୍କା ପାଉଡର, ହଳଦୀ ପାଉଡର, ଆମ୍ଚୁର୍ ପାଉଡର, ଚାଟ୍ ମସଲା, ଗରମ ମସଲା ପକାଇ ଭଲଭାବେ ଭାଜିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ କିଛି ସମୟ ଏହାକୁ ମଧ୍ୟମ ଆଂଚରେ ଗ୍ୟାସ୍ରେ ବସାଇବେ । ତାପରେ ସେଥିରେ ଅଳ୍ପ ଲେମ୍ବୁ ରସ, ଅଳ୍ପ ଚିନି ପକାଇ ଭଲଭାବେ ମିକ୍ସ କରିବେ । ଦେଖିବେ କଲରାରୁ ପାଣି ଶୁଖି ଆସିଲେ , ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଖଟା-ମିଠା କଲରା ଚୁଡ୍ଚୁଡା । ଏବେ ଏହାର ମଜା ନେଇ ପାରିବେ ।