ଅଟା, ଦହି, କଂଚାଲଙ୍କା, ଲୁଣ, ତେଲ, ସିଝା ଆଳୁ, ଗୋଲମରିଚ ଗୁଣ୍ଡ, ଜୀରା ପାଉଡର, ଚିନି, ଧନିଆ ପତ୍ର, ଡାଳିମ୍ବ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଆଳୁକୁ ସିଝାଇ ରଖିବେ । ଅନ୍ୟପଟେ ଏକ ପାତ୍ରରେ ଅଟା, ସିଝା ଆଳୁ, କଟା କଂଚାଲଙ୍କା, ଧନିଆ ପତ୍ର, ଲୁଣ ମିଶାଇ ଭଲଭାବେ ଚକଟି ରଖିବେ । ଚକଟିବା ପରେ ହାତରେ ନେଇ ତାର ଛୋଟଛୋଟ ଗୋଳା ପ୍ରସ୍ତୁତ କରିବେ । ଗ୍ୟାସରେ କଡେଇ ବସେଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ପ୍ରସ୍ତୁତ ହୋଇ ଥିବା ଗୋଳା ପକାଇ ଫ୍ରାଏ କରିବେ । ଭଲଭାବେ ଫ୍ରାଏ ହେବା ପରେ ତେଲରୁ କାଢି ତାକୁ ଥଣ୍ଡା ପାଣିରେ ପକାଇ ରଖିବେ । ଅନ୍ୟପଟେ ଏକ ପାତ୍ରରେ ଦହି ଓ ଚିନିକୁ ଭଳଭାବେ ମିକ୍ସ କରିବେ । ମିକ୍ସହେବା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଭଜା ଜୀରା ଗୁଣ୍ଡ ଓ ଲୁଣ ମିଶାଇ ଫେଣ୍ଟିବେ । ଏହାପରେ ଥଣ୍ଡା ପାଣିରେ ପକାଇ ରଖିଥିବା ଗୋଳାକୁ ପାଣିରୁ ବାହାର କରି ଚିପୁଡି ସେଥିରୁ ପାଣି ବାହାର କରି ଏକ ପାତ୍ରରେ ରଖି ତା ଉପରେ ପ୍ରସ୍ତୁତ ହୋଇ ଥିବା ଦହି ପକାଇବେ । ସଜାଇବା ପାଇଁ ଉପରେ କିଛି ପାଚିଲା ଡାଳିମ୍ବ ମଞ୍ଜି ପକାଇବେ । ପ୍ରସ୍ତୁତ ହୋଇଗଲା ଖଟାମିଠା ଅଟା ଆଳୁ ବରା ।