ଚିକେନ୍, ଧନିଆ ପତ୍ର, ଅଦା, ରସୁଣ, କଂଚା ଲଙ୍କା, ଲେମ୍ବୁ ରସ, ଜିରା ପାଉଡର, ଧନିଆ ପାଉଡର, ଲୁଣ, ତେଲ, କଂଚା ଅଣ୍ଡା, ଗୋଲମରିଚ ଗୁଣ୍ଡ, ଲଙ୍କା ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଧନିଆ ପତ୍ର, ଚୋପା ଛଡା ରସୁଣ, ଅଦା, କଂଚା ଲଙ୍କା, ଲେମ୍ବୁ ରସ ନେଇ ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଚିକେନ୍କୁ ଧୋଇ ଏକ ପାତ୍ରରେ ରଖି ସେଥିରେ ଲୁଣ, ଗ୍ରାଇଣ୍ଡିଂ କରିଥିବା ପେଷ୍ଟ , ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା ପକାଇ ଭଲଭାବେ ଗୋଳାଇ ୩୦ ମିନିଟ ଯାଏଁ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ପ୍ରସ୍ତୁତ କରିଥିବା ଚିକେନ ପକାଇ ଘୋଡଣୀ ଘୋଡାଇ ଚିକେନ୍ ସିଝିବା ଯାଏଁ ଛାଡିବେ । ମଝିରେ ମଝିରେ ଚିକେନକୁ ଲେଉଟାଇବେ । ଦେଖିବେ ଚିକେନ୍ ସିଝିଯିବା ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ଏହାପରେ ଆଉ ଏକ ପାତ୍ର ନେଇ ସେଥିରେ କଂଚା ଅଣ୍ଡାକୁ ଫଟାଇ ରଖିବେ । ତାପରେ ସେଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ଲଙ୍କା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଫ୍ରାଏ କରି ରଖିଥିବା ଚିକେନ୍ ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଚିକେନ୍ ପକାଇ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ୍ କଲର ହେବାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଳେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଲେସି ଚିକେନ୍ । ଏବେ ଗରମ ଗରମ ଏହାକୁ ପୋଦିନା ଚଟଣୀ ଲଗାଇ ଖାଇପାରିବେ ।