ଚିକେନ୍ ଲେଗ୍ପିସ୍, ଲେମ୍ବୁ, ପିଆଜ, ଅଦା-ରସୁଣ ପେଷ୍ଟ, ରସୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଂଚାଲଙ୍କା, ଲୁଣ, ସୋରିଷ ତେଲ, ଧନିଆ ପତ୍ର, ଗୋଟା ଡାଲଚିନି, ତେଜପତ୍ର, ଟମାଟୋ, ଗୋଲମରିଚ ଗୁଣ୍ଡ, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଚିକେନ୍ ଲେଗ୍ପିସ୍କୁ ଧୋଇ ସେଥିରେ ସୋରିଷ ତେଲ, ହଳଦୀ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ,ଧନିଆ ପତ୍ର ପେଷ୍ଟ ଓ ଲୁଣ ପକାଇ ଭଲଭାବେ ଗୋଳାଇ, ଅଧାଘଂଟା ଯାଏଁ ଘୋଡଣୀ ଘୋଡାଇ ଛାଡିଦିଅନ୍ତୁ । ଅଧାଘଂଟା ପରେ ଗ୍ୟାସରେ କଡେଇ ବସେଇ ସେଥିରେ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ଗୋଟା ଡାଲଚିନି, ତେଜପତ୍ର ପକାଇ ଫୁଟାନ୍ତୁ , ଏହା ଫୁଟିଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ରଙ୍ଗ ଲାଲ୍ ହୋଇଗଲେ ସେଥିରେ ଗୋଳା ହୋଇ ପ୍ରସ୍ତୁତ ହୋଇଥିବା ଚିକେନ୍ ପକାଇ ସେଥିରେ , କଟା କଂଚାଲଙ୍କା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗୋଟା ଚୋପାଛଡା ରସୁଣ, କଟା ଟମାଟୋ ଓ ଅଳ୍ପ ଲୁଣ ପକାଇ ଗୋଳାଇ ଘୋଡଣୀ ଘୋଡାଇ ଦିଅନ୍ତୁ । ମଝିରେ ମଝିରେ ଘୋଡଣୀ କାଢି ତାକୁ ଭଲଭାବେ ଗୋଳାଉ ଥିବେ । ଆବଶ୍ୟକ ଅନୁସାରେ ପାଣି ମଧ୍ୟ ଏଥିରେ ମିଶାଇ ପାରିବେ । ଦେଖିବେ ଚିକେନ୍ ସିଝିଗଲେ ଗ୍ୟାସ ବନ୍ଦ କରି ସେଥିରେ କଟା ଧନିଆ ପତ୍ର ଗରମ ମସଲା ଗୁଣ୍ଡ ପକାଇ କିଛି ସମୟ ଘୋଡାଇ ରଖିବେ । ପ୍ରସ୍ତୁତ ହୋଇଗଲା ଲେମ୍ବୁ ଚିକେନ୍ । ଗରମ ଗରମ ଏହାକୁ ଭାତ କିମ୍ବା ରୁଟି ସହିତ ଖାଇ ପାରିବେ । (ସୌଜନ୍ୟ- Google)