ଆବଶ୍ୟକ ସାମଗ୍ରୀ-
ହରଡ ଡାଲି, ସିଝା ମକା, ପାଳଙ୍ଗ ପତ୍ର, ହଳଦୀ ପାଉଡର, ଲଙ୍କା ପାଉଡର, ଅଦା-ରସୁଣ ଛେଚା, ରସୁଣ ପେଷ୍ଟ, ପିଆଜ,ଟମାଟୋ, କଂଚା ଲଙ୍କା, ହିଙ୍ଗୁ, ଜିରା, ଘିଅ, ଲୁଣ, ଗରମ ମସଲା,ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ହରଡ ଡାଲିକୁ କିଛି ସମୟ ପାଣିରେ ଭିଜାଇ ରଖିବେ । ଏହାପରେ ଗ୍ୟାସ୍ରେ କୁକର୍ ବସେଇ ସେଥିରେ ପାଣିରେ ଭିଜା ହୋଇଥିବା ଡାଲି , ଲୁଣ, ହଳଦୀ ଏବଂ ପାଣି ପକାଇ କୁକର୍ ବନ୍ଦ କରିବେ । ଡାଲି ସିଝିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, ହିଙ୍ଗୁ, ଅଦା-ରସୁଣ ଛେଚା ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ଏବଂ ଟମାଟୋ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ପାଉଡର, ଅଳ୍ପ ଲୁଣ ଏବଂ ଅଳ୍ପ ପାଣି ପକାଇ ଗୋଳାଇବେ । ଟମାଟୋ ଭଲଭାବେ ମେଲ୍ଟ ହୋଇ ଆସିଲେ , ସେଥିରେ ସିଝାଇ ରଖିଥିବା ଡାଲି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସିଝା ମକା, କଟା ପାଳଙ୍ଗ ପତ୍ର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗରମ ମସଲା ପାଉଡର ପକାଇ କିଛି ସମୟ ମଧ୍ୟମ ଆଂଚରେ ସିଝିବାକୁ ଛାଡିବେ । ତାପରେ ଆଉ ଏକ ପାତ୍ରକୁ ଗ୍ୟାସ୍ରେ ବସେଇ ସେଥିରେ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଗୋଟା ଜିରା , ରସୁଣ ପେଷ୍ଟ, ଲଙ୍କା ପାଉଡର ପକାଇ ଫ୍ରାଏ କରି ଅନ୍ୟ ଗ୍ୟାସ୍ରେ ବସିଥିବା ଡାଲିରେ ପକାଇ ଉଭୟ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମକା-ପାଳଙ୍ଗ ଡାଲ୍ଫ୍ରାଏ । ଏବେ ତା ଉପରେ କିଛି କଟା ଧନିଆ ପତ୍ର ପକାଇ ଏହାର ମଜା ନେଇ ପାରିବେ ।