ଶୁଖିଲା ମେଥି ପତ୍ର, ପିଆଜ, ରସୁଣ, ଅଦା, କଂଚା ଲଙ୍କା, କାଜୁ, ଡାଲଚିନି, ଗୁଜୁରାତି, ଦହି, ତେଲ, ଲୁଣ, ବଟର, ଜିରା, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର, ସିଝା ଗ୍ରୀନ୍ ମଟର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ପାଣି ଢାଳିବେ । ଏହାପରେ ସେଥିରେ ବଡ ବଡ କଟା ହୋଇଥିବା ପିଆଜ, ରସୁଣ, ଅଦା, ଗୁଜୁରାତି, ଡାଲଚିନି, କାଜୁ, କଂଚା ଲଙ୍କା ପକାଇ ସିଝିବାକୁ ଛାଡିବେ । ଦେଖିବେ ଏହା ଭଲଭାବେ ସିଝିଯିବା ପରେ , ଏହାକୁ ପାଣିରୁ ଛାଣି ସେଥିରେ ଦହି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଆଉ ଏକ ପାତ୍ରରେ କିଛି ଶୁଖିଲା ମେଥି ପତ୍ର ନେଇ ସେଥିରେ ପାଣି ଢାଳି ଭିଜାଇବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତାପରେ ସେଥିରେ ବଟର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଜିରା ପକାଇ ଫୁଟାଇବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପେଷ୍ଟ ଏବଂ ଅଳ୍ପ ପାଣି ଢାଳି ଭଳଭାବେ ମିକ୍ସ କରିବେ । ତାପରେ ଏହାକୁ କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ ବସେଇ ସେଥିରେ ବଟର ପକାଇବେ । ବଟର ମେଲ୍ଟ ହୋଇ ସାରିବା ପରେ , ସେଥିରେ ପାଣିରେ ଭିଜାଇ ରଖିଥିବା ମେଥି ପତ୍ରକୁ ଚିପୁଡି ବଟର ପକାଇ ୧ ରୁ ୨ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ସିଝା ଗ୍ରୀନ୍ ମଟର ପକାଇ ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ଲୁଣ ପକାଇ ଗୋଳାଇବେ । ତାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ଗ୍ରେଭି ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମଲାଇ ମେଥି । ଏବେ ଏହାର ମଜା ନେଇ ପାରିବେ ।