ମଇଦା, ଦହି, ଖାଇବା ସୋଡା, ଲୁଣ, ଚିନି, ଧନିଆ ପତ୍ର, ଚାଟ୍ ମସଲା, ଲଙ୍କା ପାଉଡର, ବଟର, କସ୍ତୁରୀ ମେଥି, କଳା ଜିରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ମଇଦା, ଦହି, ଅଳ୍ପ ଖାଇବା ସୋଡା, ଲୁଣ ଏବଂ ଚିନି ମିଶାଇ ଭଲଭାବେ ଚକଟିବେ । ତାପରେ ଏହାକୁ ୩୦ ମିନିଟ ଯାଏଁ ଏକ କପଡା ଘୋଡାଇ ରଖିବେ । ଏହାପରେ ଆଉ ଏକ ପାତ୍ରରେ ଚାଟ୍ ମସଲା, କସ୍ତୁରୀ ମେଥି, ଲଙ୍କା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଚକଟି ରଖିଥିବା ମିଶ୍ରଣକୁ ନେଇ ରୁଟି ଭଳି ବେଲିବେ । ଅଧା ବେଲିବା ପରେ ତା ଉପରେ ଅଳ୍ପ କଳା ଜିରା, ଛୋଟଛୋଟ କଟା ହୋଇଥିବା ଧନିଆ ପତ୍ର ପକାଇ ପୁଣି ତାକୁ ବେଲିବେ । ତାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଗରମ କରିବେ । ପ୍ୟାନ୍ ପୁରା ଗରମ ହେବା ପରେ ସେଥିରେ ବେଲିଥିବା ନାନ୍ ପକାଇବେ । ଏହା ଭଲଭାବେ ସେକିହେବା ପରେ ଏକ ପ୍ଲେଟକୁ କାଢିବେ । ଏହାପରେ ନାନ୍ ଉପରେ ଏକ ବ୍ରଶ୍ ସାହାଯ୍ୟରେ ବଟର ଲଗାଇବେ । ଏହାପରେ ତା ଉପରେ ମିକ୍ସ କରି ରଖିଥିବା ଶୁଖିଲା ମସଲା ପକାଇବେ । ପ୍ରସ୍ତୁତ ହୋଇଗଲା ମସଲା ନାନ୍ । ଏବେ ଗରମ ଗରମ ଏହାକୁ ଯେ କୌଣସି ତରକାରୀ ଲଗାଇ ଖାଇ ପାରିବେ ।