ପନିର୍, ତେଲ, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଅଦା, ରସୁଣ, କଂଚା ଲଙ୍କା, ଜିରା, ଶୁଖିଲା ଲଙ୍କା, ଲବଙ୍ଗ, ପିଆଜ, ଧନିଆ, ଗୋଲମରିଚ, ଟମାଟୋ ପ୍ୟୁରୀ, ପନିର୍ ମସଲା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ପନିର୍କୁ ବଡବଡ ଖଣ୍ଡ କାଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ ପକାଇ ମିକ୍ସ କରିବେ । ତାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇ ସେଥିରେ ପନିର୍ ପକାଇ ଫ୍ରାଏ କରିବେ । ଏହାପରେ ଅଦା, ରସୁଣ, କଂଚାଲଙ୍କାକୁ ଛେଚି ରଖିବେ । ତାପରେ ଗ୍ୟାସ୍ରେ ପୁଣି ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେଲେ ସେଥିରେ ଜିରା, ଶୁଖିଲା ଲଙ୍କା, ଲବଙ୍ଗ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଛେଚି ରଖିଥିବା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ କମ୍ ଆଂଚରେ କିଛି ସମୟ ବସାଇବେ । ଏହି ସମୟରେ ଆଉ ଏକ ପ୍ୟାନ୍ ବସେଇ ସେଥିରେ ଜିରା, ଧନିଆ, ଲବଙ୍ଗ, ଗୋଲମରିଚ ପକାଇ ଭାଜି ଗୁଣ୍ଡ କରି ରଖିବେ । ଏହାପରେ ଗ୍ୟାସ୍ରେ ବସିଥିବା ମସଲାରେ ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଟମାଟୋ ପ୍ୟୁରୀ ଏବଂ ଗୁଣ୍ଡ କରିଥିବା ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ଗୋଳାଇବେ । ତାପରେ ସେଥିରେ ପନିର୍ ମସଲା ପକାଇ , ଫ୍ରାଏ କରି ରଖିଥିବା ପନିର୍ ପକାଇ ଗୋଳାଇ ଅଳ୍ପ ସମୟ ପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏକ ପ୍ଲେଟକୁ କାଢି ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ପନିର୍ ମସଲା । ଏବେ ଏହାର ମଜା ନେଇ ପାରିବେ ।