ଚିକେନ୍, ଦହି, ଗ୍ରୀନ୍ ମଟର, ପିଆଜ, ଗରମ ମସଲା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, ଚିନି, ତେଜପତ୍ର, ଟମାଟୋ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଚିକେନକୁ ଧୋଇ ସେଥିରେ ଦହି ଗୋଳାଇ ଏକ ପାତ୍ରରେ ରଖନ୍ତୁ । ଏହପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଳ୍ପ ଚିନି ପକାଇ ଫୁଟାନ୍ତୁ । ଚିନି ଲାଲ୍ ହୋଇଯିବା ପରେ ସେଥିରେ ତେଜପତ୍ର ପକାନ୍ତୁ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ୍ ହେବା ପରେ ସେଥିରେ ଗ୍ରୀନ୍ ମଟର ପକାଇ ଭାଜିବେ । ଅଳ୍ପ ସମୟ ପରେ ସେଥିରେ ହାଲକା ପାଣି ଦେଇ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଧନିଆ ପତ୍ର ପକାଇ କଷନ୍ତୁ । ଅଳ୍ପ କଷି ହେବାପରେ ସେଥିରେ କଟା ଟମାଟୋ ଓ ଗୋଳା ହୋଇଥିବା ଚିକେନ୍ ପକାଇ, ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ । ଏହାପରେ ଚିକେନକୁ ସିଝିବାକୁ ଛାଡି ଦିଅନ୍ତୁ । ଚିକେନ୍ ସିଝିବା ପରେ, ସେଥିରେ ଗରମ ମସଲା ଓ କଟା ଧନିଆ ପତ୍ର ପକାଇ ପ୍ଲେଟକୁ କାଢନ୍ତୁ । ପ୍ରସ୍ତୁତ ହୋଇଗଲା ମଟର ଚିକେନ୍ । ଗରମ ଗରମ ଭାତ କିମ୍ବା ରୋଟି ସହିତ ଏହାର ମଜା ନିଅନ୍ତୁ ।