ସିଝା ଗ୍ରୀନ୍ ମଟର୍, ସିଝା ଆଳୁ, ପୋଦିନା ପତ୍ର, ତେଲ, ଲୁଣ, କଂଚାଲଙ୍କା, ଗରମ ମସଲା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ସିଝା ମଟର ନେଇ ଚକଟିବେ କିନ୍ତୁ ମନେ ରଖିବେ ଏହାକୁ ପୁରା ଚିକ୍କଣ କରି ଚକଟିବେ ନାହିଁ । ଏହା ପରେ ସେଥିରେ ଲୁଣ, ଗରମ ମସଲା, କଟା କଂଚାଲଙ୍କା ଓ ପୋଦିନା ପତ୍ରକୁ ମିଶାଇ ଆଉ ଟିକେ ଚକଟିବେ । ଏହାପରେ ହାତ ପାପୁଲିରେ ଅଳ୍ପ ତେଲ ଲଗାଇ, ପ୍ରସ୍ତୁତ ହୋଇଥିବା ଚକଟାକୁ ନେଇ ଗୋଲଗୋଲ କରି ଚାପି ଟିକ୍କି ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ ହୋଇଥିବା ଟିକ୍କି ପକାଇ ଫ୍ରାଏ କରିବେ । ଦେଖିବେ ଏହାର ଦୁଇପାଶ୍ୱର୍ଗୋଲ୍ଡେନ୍ କଲର ହେବାପରେ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମଟର-ପୋଦିନା ଟିକ୍କି । ଏହା ଉପରେ କଟା ଧନିଆ ପତ୍ର ଓ ପିଆଜ ପକାଇ, ସସ୍ ଲଗାଇ ଖାଇ ପାରିବେ ।