ସହାୟତା ଅପେକ୍ଷାରେ ଅକ୍ଷୟ ...
ଆବଶ୍ୟକ ସାମଗ୍ରୀ –
ମେଥି ପତ୍ର, ବେସନ୍, ତେଲ, ଲୁଣ, ପିଆଜ, ରସୁଣ ପେଷ୍ଟ୍, କଂଚାଲଙ୍କା, ହିଙ୍ଗୁ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ –
ଏକ ପାତ୍ରରେ ବେସନ ନେଇ ସେଥିରେ ପାଣି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଗୋଲ୍ଡେନ୍ କଲର ହେବାପରେ ସେଥିରେ ରସୁଣ ପେଷ୍ଟ , କଟା ମେଥି ପତ୍ର, କଟା କଂଚାଲଙ୍କା ଓ ହିଙ୍ଗୁ ପକାଇ ୨ ରୁ ୩ ମିନିଟ ଯାଏଁ ମଧ୍ୟମ ଆଂଚରେ ଗୋଳାଇବେ । ଏହାପରେ ସେଥିରେ ପ୍ରସ୍ତୁତ ହୋଇଥିବା ବେସନ୍ ପେଷ୍ଟ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ୨ ରୁ ୩ ମିନିଟ ପରେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମେଥି ବେସନ୍ । ଗରମ ଗରମ ଏହାକୁ ରୋଟି ସହିତ ଖାଇପାରିବେ ।