ମେଥି ପତ୍ର, ଧନିଆ ପତ୍ର, ଅଟା, ଲୁଣ, ତେଲ, ଅଦା-ରସୁଣ ପେଷ୍ଟ, ଲଙ୍କା ପେଷ୍ଟ, ହଳଦୀ ପାଉଡର, ଜିରା, ଜୁଆଣୀ, ହିଙ୍ଗୁ, ଧଳା ରାଶି, ଲେମ୍ବୁ ରସ, ବେକିଂ ସୋଡା ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଅଟା ନେବେ । ଏହାପରେ ସେଥିରେ ହିଙ୍ଗୁ, ଧଳା ରାଶି, ଜିରା, ଜୁଆଣୀ, ହଳଦୀ ପାଉଡର, କଟା ଧନିଆ ପତ୍ର, ଲୁଣ, ଅଦା-ରସୁଣ ପେଷ୍ଟ, ଲଙ୍କା ପେଷ୍ଟ, ଲେମ୍ବୁ ରସ, କଟା ମେଥି ପତ୍ର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ,ଏବଂ ବେକିଂ ସୋଡା ପକାଇ ଭଲଭାବେ ଗୋଳାଇବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ନେଇ ଛୋଟଛୋଟ କରି ତେଲରେ ପକାଇ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଭଲଭାବେ ଫ୍ରାଏ ହେବା ପରେ, ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ମେଥି ପକୁଡି । ଏବେ ଗରମ ଗରମ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ ।