ମେଥି ପତ୍ର, ଅଟା, ବେସନ, ଲୁଣ, ତେଲ, ଜୁଆଣୀ, ଅଦା-ଚିଲ୍ଲୀ ପେଷ୍ଟ, ହଳଦୀ ପାଉଡର, ଲଙ୍କା ପାଉଡର, ଗ୍ରୀନ୍ ମଟର ପ୍ୟୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ମେଥି ପତ୍ରକୁ କାଟି ରଖିବେ । ଏହାପରେ ସେଥିରେ ଅଦା-ଚିଲ୍ଲୀ ପେଷ୍ଟ ପକାଇବେ । ତାପରେ ସେଥିରେ ଜୁଆଣୀ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର ପକାଇ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ ଅଟା, ବେସନ, ଗ୍ରୀନ୍ ମଟର ପ୍ୟୁରୀ ପକାଇ ଭଲଭାବେ ଚକଟିବେ । ତାପରେ ସେଥିରେ ଅଳ୍ପ ତେଲ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ତା ଉପରେ ଏକ କପଡା ଘୋଡାଇ କିଛି ସମୟ ରଖିବେ । ଏହାପରେ କପଡାକୁ କାଢି ଚକଟାକୁ ନେଇ ଗୋଳା ପ୍ରସ୍ତୁତ କରି ବେଲିବେ । ଏହାପରେ ଗ୍ୟାସ୍ରେ ତାୱା ବସେଇ ଏହାକୁ ପକାଇ ସେକିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହୋଇ ଆସିଲେ, ସେଥିରେ ତେଲ ପକାଇ ପୁଣି ସେକିବେ । ଏହାପରେ ତାକୁ ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ମେଥି ଥେପ୍ଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।