ଆବଶ୍ୟକ ସାମଗ୍ରୀ-
ପପ୍କର୍ଣ୍ଣ , କ୍ଷୀର, ଚିନି , ଗୁଜୁରାତି ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ପପ୍କର୍ଣ୍ଣ ପକାଇ ଫ୍ରାଏ ହାଲ୍କା କରିବେ । ପପ୍କର୍ଣ୍ଣ ଫ୍ରାଏ ହେବାପରେ ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ପୁଣି ଗ୍ୟାସ୍ରେ ସେହି କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଚିନି ପକାଇ ଫ୍ରାଏ କରିବେ । ଚିନି ମେଲ୍ଟ ହେବା ଯାଏଁ ଫ୍ରାଏ କରିବେ । ମନେ ରଖିବେ ସେଥିରେ ପାଣି ମିଶାଇବେ ନାହିଁ । ଏହାପରେ ଦେଖିବେ ଧିରେଧିରେ ଚିନି ମେଲ୍ଟ ହୋଇ , ଶିରା ଭଳି ପ୍ରସ୍ତୁତ ହେବ । ଏହାପରେ ସେଥିରେ କ୍ଷୀର ଢାଳି ମିକ୍ସ କରିବେ । ୨ ରୁ ୩ ମିନିଟ ଯାଏଁ ଏହାକୁ ଲଗାତାର ଗୋଳାଇବେ । ଏହାପରେ ଫ୍ରାଏ କରି ରଖିଥିବା ପପ୍କର୍ଣ୍ଣକୁ ଏହି ମିଶ୍ରଣରେ ପକାଇ ମିକ୍ସ କରିବେ । ପପ୍କର୍ଣ୍ଣ ଏହି ମିଶ୍ରଣରେ ଭଲଭାବେ ମିକ୍ସ ହେବାଯାଏଁ ଏହାକୁ ଗୋଳାଇବେ । ତାପରେ ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ, ଗ୍ୟାସ୍ ବନ୍ଦ କରି , ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମିଲ୍କ୍ ପପ୍କର୍ଣ୍ଣ ଫ୍ରାଏ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।