ଆବଶ୍ୟକ ସାମଗ୍ରୀ-
ଚିକେନ୍, ପୋଦିନା ପତ୍ର, ଧନିଆ ପତ୍ର, ତେଲ, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଚିକେନ୍ ମସଲା, ପିଆଜ, ରସୁଣ, ଅଦା, ଟମାଟୋ, କଂଚା ଲଙ୍କା, ଜିରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନ୍ ଧୋଇ ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, କଟା ଅଦା, ରସୁଣ ଛେଚା ପକାଇ ଭଲଭାବେ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ୨ ରୁ ୩ ମିନିଟ ଯାଏଁ ଭାଜିବେ । ତାପରେ ସେଥିରେ ପୋଦିନା ପତ୍ର, ଧନିଆ ପତ୍ର ପକାଇ ଅଳ୍ପ ସମୟ ଭାଜିବେ । ଏହାପରେ ସେଥିରେ କଟା ଟମାଟୋ, ଲୁଣ ପକାଇ ମିକ୍ସ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ଜିରା ପାଉଡର ହଳଦୀ ପାଉଡର, ଲଙ୍କା ପାଉଡର, ଚିକେନ୍ ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଚିକେନ ପକାଇ ଭଲଭାବେ ଗୋଳାଇ ଘୋଡାଇ କିଛି ସମୟ ଚିକେନ ସିଝିବାକୁ ଛାଡିବେ । ଦେଖିବେ ଚିକେନ୍ ସିଝି ଆସିଲେ, ତା ଉପରେ କିଛି କଟା ପୋଦିନା ପତ୍ର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ପୋଦିନା ଚିକେନ୍ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।