ମୂଳା, ତେଲ, ଲୁଣ, ଧନିଆ ପତ୍ର, ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ନଡିଆ କୋରା, ଦହି, ଚିନି, ଅଦା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମୂଳାକୁ ଧୋଇ ତାର ଚୋପା ଛଡେଇ ଗ୍ରେଡ୍ କରି ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମୂଳାକୁ ଚିପୁଡି ପକାଇ ,ହାଲକା ଫ୍ରାଏ କରି କାଢିବେ । ଏହାପରେ ସେହି ପ୍ୟାନରେ ପୁଣି ଅଳ୍ପ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା ଏବଂ ଶୁଖିଲା ଲଙ୍କା ପକାଇ ଫୁଟାଇବେ । ଏହାପେରେ ସେଥିରେ ଭ୍ରୁସଙ୍ଗ ପତ୍ର ପକାଇ ମିକ୍ସ କରିବେ । ତାପରେ ସେଥିରେ, ଫ୍ରାଏ କରି ରଖିଥିବା ମୂଳା, କଟା ଧନିଆ ପତ୍ର, କଟା ଅଦା, ନଡିଆ କୋରା ପକାଇ ମିକ୍ସ କରିବେ । ତାପରେ ସେଥିରେ ଦହି, ଚିନି ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମୂଳା ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।