ସବୁଜ ମୁଗ ଡାଲି, ଗୁଡ, ତେଲ, କାଜୁ ପାଉଡର, ପିସ୍ତାବାଦାମ୍ ପାଉଡର, ଗୁଜୁରାତି ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ ବସେଇ ଗରମ କରିବେ । ଏହାପରେ ସେଥିରେ ସବୁଜ ମୁଗ ଡାଲି ପକାଇ ୭ ରୁ ୮ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ଏକ ପାତ୍ରକୁ କାଢି ଥଣ୍ଡା କରିବେ । ତାପରେ ପୁଣି ଗ୍ୟାସ୍ରେ ପ୍ୟାନ ବସେଇ ସେଥିରେ ଗୁଡ ଏବଂ ପାଣି ପକାଇ ମିକ୍ସ କରିବେ । ଏହାପରେ ଭାଜି ରଖିଥିବା ମୁଗଡାଲିକୁ ଶୁଖିଲା ଗ୍ରାଇଣ୍ଡିଂ କରିବେ । ଏହାପରେ ଆଉ ଏକ ପ୍ୟାନ ବସେଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମୁଗଡାଲି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ତାକୁ ଏକ ପାତ୍ରକୁ କାଢି ରଖିବେ । ଏହାପରେ ସେଥିରେ କାଜୁ,ପିସ୍ତାବାଦାମ୍ ପାଉଡର ,ଗୁଜୁରାତି ପାଉଡର, ଗୁଡ ଶିରା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ହାତରେ ଅଳ୍ପ ତେଲ ଲଗାଇ ପ୍ରସ୍ତୁତ କରିଥିବା ମିଶ୍ରଣକୁ ହାତରେ ଅଳ୍ପ ଅଳ୍ପ ନେଇ ଛୋଟଛୋଟ ବଲ୍ ପ୍ରସ୍ତୁତ କରିବେ । ପ୍ରସ୍ତୁତ ହୋଇଗଲା ମୁଗ ଲଡୁ । ଏବେ ଏହାର ମଜା ନେଇ ପାରିବେ ।