ଆବଶ୍ୟକ ସାମଗ୍ରୀ-
ସଜନା ଶାଗ, ଚଣା ଡାଲି, ମୁଗ ଡାଲି, ଲୁଣ, ତେଲ, ହିଙ୍ଗୁ, ଧନିଆ, ଶୁଖିଲା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସଜନା ଶାଗ ପକାଇ ଭାଜିବେ । ଏହାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଅଳ୍ପ ଚଣା ଡାଲି, ଅଳ୍ପ ମୁଗ ଡାଲି ପକାଇ କିଛି ସମୟ ଭାଜିବେ । ଏହାପରେ ସେଥିରେ ଗୋଟା ଧନିଆ, ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ହିଙ୍ଗୁ ପକାଇ ଗ୍ୟାସ୍ ବନ୍ଦ କରି ଏସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଭାଜି ରଖଥିବା ସଜନା ଶାଗ ପକାଇ ପୁଣି ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ରେ ପୁଣି କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ମିଶ୍ରଣ ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ସଜନା ଶାଗ ଚୁଡ୍ଚୁଡା । ଏବେ ଏହାର ମଜା ନେଇ ପାରିବେ ।