ସିଝା ଅଣ୍ଡା, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା, ଲବଙ୍ଗ, ତେଜପତ୍ର, ଗୁଜୁରାତି, ଫ୍ରେଶ କ୍ରୀମ, କାଜୁ ପେଷ୍ଟ, ଅଦା, ରସୁଣ, ପିଆଜ, ଟମାଟୋ ପ୍ୟୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଣ୍ଡାକୁ ସିଝାଇ ତାର ଚୋପା ଛଡେଇ ରଖିବେ । ତାପରେ ଗ୍ୟାସରେ ଏକ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଲବଙ୍ଗ, ତେଜପତ୍ର, ଗୁଜୁରାତି, ଅଦା-ରସୁଣ ପେଷ୍ଟ, କଟା ପିଆଜ ଏବଂ ଲୁଣ ପକାଇ ମିକ୍ସ କରିବେ । ଦେଖିବେ ପିଆଜ ନରମ ହେବା ପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର , ଧନିଆ ପାଉଡର, ଗରମ ମସଲା ପକାଇ ଗୋଳାଇବେ । ତାପରେ ସେଥିରେ ଫ୍ରେଶ କ୍ରୀମ, କାଜୁ ପେଷ୍ଟ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସିଝା ଅଣ୍ଡା ପକାଇ, ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମୁଗୁଲାଇ ଏଗ୍ । ଏବେ ଏହାର ମଜା ନେଇ ପାରିବେ ।