ଆବଶ୍ୟକ ସାମଗ୍ରୀ-
ମଟନ୍ କୀମା, ଲୁଣ, ତେଲ, ଧନିଆ ପତ୍ର, ଭ୍ରୁସଙ୍ଗ ପତ୍ର, ବେସନ, ଲବଙ୍ଗ, ଡାଲଚିନି, ଗୋଲମରିଚ, ଗୁଜୁରାତି, ହଳଦୀ ପାଉଡର, କଂଚା ଲଙ୍କା, ପିଆଜ, ଅଦା, ରସୁଣ, ପାନମଧୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଡାଲ୍ଚିନି,ଲବଙ୍ଗ,ଗୋଲମରିଚ,ଗୁଜୁରାତି,ପାନମଧୁରୀକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହା ଗ୍ରାଇଣ୍ଡିଂ ହେବାପରେ ପୁଣି ସେଥିରେ ଅଦା, ରସୁଣ, କଂଚା ଲଙ୍କା ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରିଥିବା ପେଷ୍ଟ ପକାଇ ଭଲଭାବେ ୧ ରୁ ୨ ମିନିଟ ଯାଏଁ ଭାଜିବେ । ଏହାପରେ ସେଥିରେ ମଟନ କୀମା ପକାଇ ମିକ୍ସ କରିବେ । ତାପରେ ସେଥିରେ ଲୁଣ ଏବଂ ହଳଦୀ ପାଉଡର ପକାଇ ୪ ରୁ ୫ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ମିକ୍ସ କରି , ଏକ ପ୍ଲେଟକୁ କାଢି ଥଣ୍ଡା ହେବାକୁ କିଛି ସମୟ ଛାଡିବେ । ଏହାପରେ ଏହି ମିଶ୍ରଣକୁ ନେଇ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ କାଢି ରଖିବେ । ତାପରେ ବେସନ, ଭ୍ରୁସଙ୍ଗ ପତ୍ର ପକାଇ ଭଲଭାବେ ହାତରେ ଚକଟିବେ । ଏହାପରେ ଏହି ଚକଦଟାକୁ ହାତରେ ଅଳ୍ପ ଅଳ୍ପ ନେଇ କଟ୍ଲେଟ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା କଟ୍ଲେଟ ପକାଇ ଫ୍ରାଏ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମଟନ୍ କଟ୍ଲେଟ୍ । ଏବେ ଗରମ ଗରମ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ ।