ଆବଶ୍ୟକ ସାମଗ୍ରୀ-
ମଟନ୍ କିମା, ପିଠଉ, ତେଲ, ଲୁଣ, ସୋରିଷ, ମୁଗ ଡାଲି, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଶୁଖିଲା ଲଙ୍କା, ପିଆଜ, ଅଦା-ରସୁଣ ପେଷ୍ଟ, ଟମାଟୋ, ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ ,ଅଳ୍ପ କିଛି ମୁଗଡାଲି, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଗ୍ରେଡ୍ ହୋଇଥିବା ପିଆଜ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭାଜିବେ । ତାପରେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ଅଳ୍ପ ସମୟ କଷିବା ପରେ, ସେଥିରେ କଟା ଟମାଟୋ ପକାଇବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ, ସେଥିରେ ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଗରମ ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ମଟନ କିମା ପକାଇ ମିକ୍ସ କରି , ଅଳ୍ପ ପାଣି ପକାଇ କିଛି ସମୟ ଭଲଭାବେ କଷିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ତାପରେ ଗ୍ୟାସ୍ରେ ତାୱା ବସେଇ ତେଲ ପକାଇବେ । ତେଲ ଗରମ ହେଲେ , ସେଥିରେ ପିଠଉ ପକାଇ ପତଳା ଗୋଲ କରିବେ । ଏହାପରେ ତା ଉପରେ ପ୍ରସ୍ତୁତ କରି ରଖିଥିବା ମଟନ୍ କିମା ମସଲା ଦେଇ ଓଲଟାଇବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହୋଇଗଲେ,ଗ୍ୟାସ୍ ବନ୍ଦ କରି ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମଟନ ଦୋସା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।