ମଟନ୍, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଲବଙ୍ଗ, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ତେଜପତ୍ର, ପୋସ୍ତ, ମଗଜ, ଫ୍ରାଏଡ ଅନିଅନ୍, ଗରମ ମସଲା, ଧନିଆ ପତ୍ର, ଜିରା, ଶୁଖିଲା ନଡିଆ କୋରା, ପିଆଜ, ଅଦା-ରସୁଣ ପେଷ୍ଟ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପୋସ୍ତ, ଜିରା, ଗୋଲମରିଚ, ତେଜପତ୍ର, ଲବଙ୍ଗ, ଗୁଜୁରାତି, ଫ୍ରାଏଡ ଅନିଅନ୍, ଶୁଖିଲା ନଡିଆ କୋରା, ମଗଜ ଏବଂ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ରଖିବେ । ଏହାପରେ ମଟନକୁ ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୁଜୁରାତି, ତେଜପତ୍ର, ଗୋଲମରିଚ ଏବଂ କଟା ପିଆଜ ପକାଇ ପ୍ରାଏ କରିବେ । ଦେଖିବେ ପିଆଜ ଫ୍ରାଏ ହୋଇ ଆସିଲେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ କଷିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପେଷ୍ଟ ପକାଇ ମିକ୍ସ କରିବେ । ତାପରେ ସେଥିରେ ମଟନ, ଲଙ୍କା ପାଉଡର, ଧନିଆ ପାଉଡର, ହଳଦୀ ପାଉଡର ଓ ଜିରା ପାଉଡର ପକାଇ ୮ ରୁ ୧୦ ମିନିଟ ଯାଏଁ କଷିବେ । ଏହାପରେ ସେଥିରେ ଗରମ ମସଲା ଏବଂ ଆବଶ୍ୟକ ଅନୁସାରେ ପାଣି ଢାଳି ଗୋଳାଇବେ । ତାପରେ ସେଥିରେ ଲୁଣ ପକାଇ ମଟନ ସିଝିବା ଯାଏଁ ଘୋଡାଇବେ । ଦେଖିବେ ମଟନ ସିଝିଯିବା ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ମଟନ କୁର୍ମା । ଏବେ ତା ଉପରେ କିଛି କଟା ଧନିଆ ପତ୍ର ପକାଇ ଗରମ ଗରମ ଏହାର ମଜା ନେଇ ପାରିବେ ।