ଓଟ୍ସ, ଲୁଣ, ବେସନ, ଚାଉଳ ଚୂନା, ପିଆଜ, ରସୁଣ, ଅଦା, ବିନ୍ସ୍, ଗାଜର, ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଓଟ୍ସ ନେଇ ସେଥିରେ ଗରମ ପାଣି ପକାଇ , କିଛି ସମୟ ଭିଜାଇ ରଖିବେ । ଏହାପରେ ପାଣିରୁ ଛାଣି ଓଟ୍ସକୁ ଆଉ ଏକ ପାତ୍ରରେ ରଖିବେ । ତାପରେ ସେଥିରେ ବେସନ, ଚାଉଳ ଚୂନା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ କଟା ପିଆଜ, କଟା ରସୁଣ, ଜିରା, ଲୁଣ, କଟା ଅଦା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ,ଛୋଟଛୋଟ କଟା ହୋଇଥିବା ଗାଜର, ବିନ୍ସ୍ ପକାଇ ଭଲଭାବେ ମିକ୍ସ କରିବେ । ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ମିଶାଇବେ । ଅଧିକ ପତଳା କରିବେ ନାହିଁ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ନେଇ ଛୋଟଛୋଟ ବଲ କରି ପକାଇବେ । ମଧ୍ୟମ ଆଂଚରେ ଏହାର ଉଭୟ ପାଖ ଫ୍ରାଏ କରିବେ । ଦେଖିବେ ଏହା ଫ୍ରାଏ ହୋଇ ଆସିଲେ , ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଓଟ୍ସ ପକୋଡା । ଏବେ ଗରମ ଗରମ ଏହାକୁ ମନପସନ୍ଦର ଚଟଣୀ କିମ୍ବା ସସ୍ ଲଗାଇ ଖାଇପାରିବେ ।