ଆବଶ୍ୟକ ସାମଗ୍ରୀ-
ଗାଜର, ଅଦା, ତେଲ, ଲୁଣ, କମଳା ଜୁସ୍, ଧନିଆ ପତ୍ର, ପୋଦିନା ପତ୍ର, ଦହି, ଲଙ୍କା ପାଉଡର, କଂଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବା । ତେଲ ଗରମ ହେବାପରେ ସେଥିରେ କଟା ଅଦା ପକାଇ ହାଲ୍କା ଫ୍ରାଏ କରିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳିବେ । ଏହାପରେ ସେଥିରେ କଟା ଗାଜର,ଲୁଣ ପକାଇ ଗାଜର ସିଝିବା ଯାଏଁ ତାକୁ ସିଝିବାକୁ ଛାଡିବେ । ଏହାପରେ ସେଥିରେ କମଳା ଜୁସ୍ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇବେ । ତାପରେ ସେଥିରେ ଅଳ୍ପ ଗାଜର ପ୍ୟୁରୀ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ପଡିଥିବା ଧନିଆ ପତ୍ରକୁ ଛାଣି ସେଥିରୁ ବାହାର କରିବେ । ଏହାପରେ ସେଥିରେ କଟା କଂଚା ଲଙ୍କା ପକାଇ ଅଳ୍ପ ସମୟ ଫୁଟିବାକୁ ଛାଡିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା କମଳା-ଗାଜର ସୁପ୍ । ଏବେ ତା ଉପରେ ଅଳ୍ପ ଦହି,ପୋଦିନା ପତ୍ର ଏବଂ ସାମାନ୍ୟ ଲଙ୍କା ପାଉଡର ପକାଇ ଏହାର ମଜା ନେଇ ପାରିବେ ।