ପନିର୍, କ୍ୟାପ୍ସିକମ୍, ଲୁଣ, ତେଲ, ରସୁଣ ପେଷ୍ଟ, ଧନିଆ ପତ୍ର, କଂଚାଲଙ୍କା, ଅଦା, ଟମାଟୋ, କସ୍ତୁରୀ ମେଥି ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସ୍ରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ରସୁଣ ପେଷ୍ଟ ପକାଇ ଭାଜିବେ । ଏହାପରେ ସେଥିରେ କଟା କ୍ୟାପ୍ସିକମ୍, କଂଚାଲଙ୍କା ପେଷ୍ଟ ,କଟା ପନିର୍ ଓ ଧନିଆ ପତ୍ର ପକାଇ ଭାଜିବେ । ଏହାପରେ ସେଥିରେ କଟା ଅଦା ପକାଇ ମିକ୍ସ କରିବେ । ଅଳ୍ପ ସମୟ ପରେ ସେଥିରେ କଟା ଟମାଟୋ ପକାଇ ମଧ୍ୟମ ଆଂଚରେ କିଛି ସମୟ ବସେଇବେ । ଦେଖିବେ ଟମାଟୋର କଂଚା ଗନ୍ଧ ଯିବାପରେ , ସେଥିରେ କସ୍ତୁରୀ ମେଥି ଓ ଲୁଣ ପକାଇ ଭଳଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ପନିର୍-କ୍ୟାପ୍ସିକମ୍ ଫ୍ରାଏ । ଏହା ଉପରେ କଟା ଧନିଆ ପତ୍ର ପକାଇ ଖାଇପାରିବେ ।