ପନିର , ପିଆଜ, ରସୁଣ, ଅଦା, ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ, ତେଲ, ଚିଲ୍ଲୀ ଫ୍ଲେକ୍ସ, ଟମାଟୋ, ଭ୍ରୁସଙ୍ଗ ପତ୍ର, ଜିରା, ସୋରିଷ, କଂଚା ଲଙ୍କା, ପନିର୍ ମସଲା, ଅଦା-ରସୁଣ ପେଷ୍ଟ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପନିରକୁ ଧୋଇ ବଡବଡ ଖଣ୍ଡ କରି କାଟିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପନିର ପକାଇ ଭାଜି , ଏକ ପାତ୍ରକୁ କାଢିବେ । ଏହାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ସୋରିଷ, କଟା ରସୁଣ, ଅଦା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହାପରେ ସେଥିରେ ଅଦା-ରସୁଣ ପେଷ୍ଟ ,କଟା ଟମାଟୋ ପକାଇ ମିକ୍ସ କରିବେ । ତାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ, କଟା କଂଚା ଲଙ୍କା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ବଡବଡ କଟା ହୋଇଥିବା ପିଆଜ ଓ ଫ୍ରାଏ କରି ରଖିଥିବା ପନିର ପକାଇ ଗୋଳାଇବେ । ଅଳ୍ପ ସମୟ ପରେ ସେଥିରେ କିଛି ଚିଲ୍ଲୀ ଫ୍ଲେକ୍ସ ,ପନିର ମସଲା ପକାଇ ମିକ୍ସ କରି, ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ପନିର୍ ଦୋ ପିଆଜା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।