ଆବଶ୍ୟକ ସାମଗ୍ରୀ-
ପନିର୍, ମେଥି ପତ୍ର, ଘିଅ, ଲୁଣ, ଅଦା, ପିଆଜ, ଟମାଟୋ, ଦହି, ହଳଦୀ ପାଉଡର, ଲଙ୍କା ପାଉଡର, ହିଙ୍ଗୁ, ଧନିଆ ପାଉଡର, ଜିରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପିଆଜ, ଟମାଟୋ, ମେଥି ପତ୍ରକୁ ଛୋଟଛୋଟ କରି କାଟିବେ । ଏହାପରେ ଏକ ପାତ୍ରରେ ଦହି ନେଇ ସେଥିରେ କଟା ମେଥି ପତ୍ର, ହଳଦୀ ପାଉଡର, ଲଙ୍କା ପାଉଡର, ହିଙ୍ଗୁ, ଧନିଆ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଗୋଟା ଜିରା, କଟା ଅଦା, କଟା ପିଆଜ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ଟମାଟୋ ଏବଂ ଲୁଣ ପକାଇ ମିକ୍ସ କରିବେ । ତାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଦହି, ମେଥି ପକାଇ ଗୋଳାଇବେ । ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ କିଛି ସମୟ ମିକ୍ସ କରିବେ । ତାପରେ ସେଥିରେ କଂଚା ପନିର୍କୁ ଗ୍ରେଡ୍ କରି ସେଥିରେ ପକାଇ ମିଶାଇବେ । ଏହାପରେ ସେଥିରେ ଏକ ଚାମଚ୍ ବଟର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏବେ ଏକ ପ୍ଲେଟକୁ ବାହାର କରି ରଖିବେ । ପ୍ରସ୍ତୁତ ହୋଇଗଲା ପନିର୍ ମେଥି ଭୁଜିଆ । ଏବେ ଏହାକୁ ଗରମ ଗରମ ରୋଟି କିମ୍ବା ପରଟା ସହିତ ଖାଇ ପାରିବେ ।