କଂଚା ଅମୃତଭଣ୍ଡା, କଂଚାଲଙ୍କା, ସୋରିଷ, ହିଙ୍ଗୁ, ହଳଦୀ ଗୁଣ୍ଡ, ଲୁଣ, ତେଲ, ଲେମ୍ବୁ, ପାଣି , ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅମୃତଭଣ୍ଡାକୁ ଧୋଇ,ତାର ଚୋପା ଛଡେଇ ମଞ୍ଜି ବାହାର କରି ଗ୍ରେଡ୍ କରି ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ ପକାଇବେ । ସୋରିଷ ଫୁଟିଯିବା ପରେ ସେଥିରେ ଚିମୁଟାଏ ହିଙ୍ଗୁ ପକାଇବେ । ଏହାପରେ ସେଥିରେ କଟା କଂଚାଲଙ୍କା ପକାଇ ଅଳ୍ପ ସମୟ ଭାଜିବେ । ଏହାପରେ ସେଥିରେ ଗ୍ରେଡ ହୋଇ ଥିବା ଅମୃତଭଣ୍ଡା ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ, ଭଲଭାବେ ମିଶାଇବେ । କିଛି ସମୟ ଏହାକୁ ମଧ୍ୟମ ଆଂଚରେ ସିଝିବାକୁ ଛାଡିଦେବେ । ଏହା ସିଝି ଆସିବା ସମୟରେ ଏଥିରେ ପାଣି ଢାଳି ଭଲଭାବେ ମିଶାଇବେ । ମଝିରେ ମଝିରେ ଏହାକୁ ଗୋଳାଇବେ ନଚେତ୍ ଏହା ଲାଗିଯିବ । ପାଣି ମରି ଆସିଲେ ଏଥିରେ ହଳଦୀ ଗୁଣ୍ଡ, ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଅମୃତଭଣ୍ଡା ଚଟଣୀ । ଏହା ଉପରେ କିଛି କଟା ଧନିଆ ପତ୍ର ପକାଇ ଏହାର ମଜା ନେଇ ପାରିବେ ।