ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ଆବଶ୍ୟକ ସାମଗ୍ରୀ-
ପାଚିଲା ସପୁରୀ, ଚିନି, ଲୁଣ, ଜିରା, କଳାଜିରା, ପାନମଧୁରୀ, ଧଳା ସୋରିଷ, ମେଥି, ଅଦା, ରସୁଣ, କଳା ଲୁଣ, ଚିଲ୍ଲୀ ଫ୍ଲେକ୍ସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସପୁରୀର ଚୋପା ଛଡେଇ ସପୁରୀକୁ ଛୋଟଛୋଟ କରି କାଟି ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ଜିରା, କଳାଜିରା, ପାନମଧୁରୀ, ଧଳା ସୋରିଷ, ମେଥି ପକାଇ ଭାଜିବେ । ଏହାପରେ ଏ ସମସ୍ତ ସାମଗ୍ରୀକୁ ମିଶାଇ ଗୁଣ୍ଡ କରିବେ । ଏହାପରେ ଗ୍ୟାସ୍ରେ ପୁଣି କଡେଇ ବସେଇ କାଟି ରଖିଥିବା ସପୁରୀ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଅଦା-ରସୁଣ ପେଷ୍ଟ, ଲୁଣ, ଚିନି ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ପାଣି ମିଶାଇ ୧୦ ରୁ ୧୨ ମିନିଟ ଯାଏଁ ସପୁରୀକୁ ସିଝିବାକୁ ଛାଡିବେ । ଏହାପରେ ସେଥିରେ କଳା ଲୁଣ, ଚିଲ୍ଲୀ ଫ୍ଲେକ୍ସ ଏବଂ ଗୁଣ୍ଡ କରି ରଖିଥିବା ମସଲା ପକାଇ ୧ ରୁ ୨ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ସପୁରୀ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।