ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ଆବଶ୍ୟକ ସାମଗ୍ରୀ-
ପାଚିଲା ସପୁରୀ, ନଡିଆ, ବରଫ, ଲୁଣ, ପୋଦିନା ପତ୍ର, ସପୁରୀ ରସ, ନଡିଆ ପାଣି , ଲେମ୍ବୁ ରସ !
ପ୍ରସ୍ତୁତି ପ୍ରଣାଳୀ-
ପ୍ରମେ ପାଚିଲା ସପୁରୀ ଏବଂ ନଡିଆର ଚୋପା ଛଡେଇ ଛୋଟଛୋଟ ଖଣ୍ଡ କରି ରଖିବେ । ଏହାପରେ ସେଥିରେ କିଛି ପୋଦିନା ପତ୍ର, ଲେମ୍ବୁ ରସ ପକାଇ ଭଲଭାବେ ଚକଟିବେ । ଏହାପରେ ଆଉ ଏକ ଗ୍ଲାସ ଆଣି , ସେଥିରେ କିଛି ବରଫ ନେବେ । ଏହାପରେ ସେଥିରେ ଚକଟି ରଖିଥିବା ସପୁରୀ, ନଡିଆ , ଲେମ୍ବୁ ରସ ପକାଇବେ । ତାପରେ ସେଥିରେ ସପୁରୀ ରସ, ନଡିଆ ପାଣି ପକାଇ ଗୋଳାଇବେ । ଏହାପରେ ସେଥିରେ ସାମାନ୍ୟ ଲୁଣ ପକାଇ ଭଲଭାବେ ଗୋଳାଇବେ । ପ୍ରସ୍ତୁତ ହୋଇଗଲା ସପୁରୀ-ନଡିଆ ସର୍ବତ୍ । ଏବେ ଏହାର ମଜା ନେଇ ପାରିବେ ।