ବ୍ୟାଘ୍ର ପ୍ରକଳ୍ପରେ ବନାଗ୍ନି...
ଆବଶ୍ୟକ ସାମଗ୍ରୀ-
ପାଚିଲା ସପୁରୀ, କେଶର, ଗୁଜୁରାତି, ଭାନିଲା ଏସେନ୍ସ, ଚିନି, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସପୁରୀର ଚୋପା ଛଡେଇ ଛୋଟଛୋଟ ଖଣ୍ଡ କରି କାଟିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ କଟା ସପୁରୀ ଏବଂ ଅଳ୍ପ ପାଣି ଢାଳିବେ । ଏହାପରେ ସେଥିରେ ଅଳ୍ପ କେଶର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିକ୍ସ କରିବେ । ଏବେ ଏହାକୁ ୨୦ ରୁ ୨୫ ମିନିଟ ଯାଏଁ ସିଝିବାକୁ ଛାଡିବେ । ଦେଖିବେ ସପୁରୀ ସିଝିଯିବା ପରେ, ତାକୁ ଭଲଭାବେ ମେଲ୍ଟ କରିବେ । ଏହାପରେ ସେଥିରେ ଭାନିଲା ଏସେନ୍ସ ଏବଂ ଚିନି ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଏକ ଚୁଟ୍କି ଲୁଣ ପକାଇ ଆଉ କିଛି ସମୟ ଗ୍ୟାସ୍ରେ ବସେଇବେ । କିନ୍ତୁ ମନେ ରଖିବେ ଏହାକୁ ମଝିରେ ମଝିର ଗୋଳାଇବେ । କିଛି ସମୟ ପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ସପୁରୀ ଜାମ୍ । ଏବେ ଏହାକୁ ରୋଟି ,ପରଟା,ବ୍ରେଡ ସହିତ ଖାଇପାରିବେ ।