ଆବଶ୍ୟକ ସାମଗ୍ରୀ-
ବୋଇତାଳୁ, ଜିରା, ରସୁଣ, ଅଦା, ପିଆଜ, ଲୁଣ,ତେଲ, ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର, ଅରେଞ୍ଜ ଜୁସ୍, ଟମାଟୋ, କଂଚା ଲଙ୍କା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟାଜିରା, କଟା ରସୁଣ, କଟା ଅଦା ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ପିଆଜ ଏବଂ ଲୁଣ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ପତଳା ପତଳା କଟା ହୋଇଥିବା ବୋଇତାଳୁ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ଢାଳି କମ୍ ଆଂଚରେ ବୋଇତାଳୁ ସିଝିବା ଯାଏଁ ଛାଡିବେ । ଦେଖିବେ ବୋଇତାଳୁ ମେଲ୍ଟ ହେବାପରେ , ସେଥିରେ ଅରେଞ୍ଜ ଜୁସ୍ ପକାଇ ଗୋଳାଇବେ । ଏହାପରେ ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଦେଖିବେ ସବୁ ସାମଗ୍ରୀ ଭଲଭାବେ ମିଶିଯିବା ପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ବୋଇତାଳୁ ଭର୍ତା । ଏହାପରେ ତା ଉପରେ କିଛି କଟା କଂଚା ଲଙ୍କା,କଟା ଧନିଆ ପତ୍ର ପକାଇ ଗରମ ଗରମ ଏହାର ମଜା ନେଇ ପାରିବେ ।