ବୋଇତାଳୁ, ନଡିଆ ରସ, ପିଆଜ, ରସୁଣ, ଲୁଣ , ତେଲ, ଗୋଲମରିଚ ଗୁଣ୍ଡ, ପୋଦିନା ପତ୍ର, ଗ୍ରୀନ୍ ମଟର, ଗାଜର, ଟମାଟୋ ସସ୍, ଚିଲ୍ଲୀ ସସ୍ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ବୋଇତାଳୁକୁ ଧୋଇ ତାର ଚୋପା ଛଡେଇ, ଛୋଟଛୋଟ ଖଣ୍ଡ କରି କାଟିବେ । ଏହା ପରେ ପିଆଜକୁ ମଧ୍ୟ ଖଣ୍ଡଖଣ୍ଡ କରି କାଟି ରଖିବେ । ରସୁଣର ଚୋପା ଛଡେଇ ରଖିବେ । ଗାଜରକୁ ଗ୍ରେଡ କରି ରଖିବେ ଓ ଗ୍ରୀନ୍ ମଟର ଛଡେଇ ରଖିବେ । ଏହା ପରେ କଟା ବୋଇତାଳୁ, ପିଆଜ ଓ ରସୁଣକୁ ମିଶାଇ ଗ୍ରାଇଣ୍ଡିଂ କରିବେ । ଅନ୍ୟପଟେ ଗ୍ୟାସ୍ରେ ପ୍ୟାନ୍ ବସେଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଗ୍ରୀନ୍ ମଟର,ଗାଜର ପକାଇ ଫ୍ରାଏ କରିବେ । ଫ୍ରାଏ ହୋଇ ଆସିବା ସମୟରେ, ସେଥିରେ ନଡିଆ ରସ ଓ ଗ୍ରାଇଣ୍ଡିଂ ହୋଇଥିବା ବୋଇତାଳୁ ପେଷ୍ଟ ପକାଇ ଫୁଟାଇବେ । ଆବଶ୍ୟକ ହେଲେ ପାଣି ମିଶାଇ ପାରିବେ । ଭଲଭାବେ ଗ୍ରୀନ୍ ମଟର ଓ ଗାଜର ଏହି ରସରେ ମିଶିଯିବା ପରେ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିବେ । ଏହା ପରେ ଏହି ସୁପକୁ ଏକ ପାତ୍ରକୁ ଢାଳି ସେଥିରେ ପୋଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ବୋଇତାଳୁ ସୁପ୍ । ଗରମ ଗରମ ସେଥିରେ ଟମାଟୋ ସସ୍ ବା ଚିଲ୍ଲୀ ସସ୍ ପକାଇ ପିଇ ପାରିବେ ।