କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଆବଶ୍ୟକ ସାମଗ୍ରୀ-
କଂଚା ଆମ୍ବ, ଚିନି, ଲୁଣ, କଳାଲୁଣ, ପୁଦିନା ପତ୍ର, ଅଦା, ଭଜା ଜିରା ଗୁଣ୍ଡ, ଗୁଜୁରାତି ପାଉଡର, ଗୋଲମରିଚ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ଆମ୍ବର ଚୋପା ଛଡେଇ ,ଛୋଟଛୋଟ କାଟି ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍ରେ ଏକ ପାତ୍ର ବସେଇ ସେଥିରେ ପାଣି ଢାଳି, କଟା ଆମ୍ବ, କଟା ଅଦା ପକାଇ ସିଝିବାକୁ ଛାଡିବେ । ଦେଖିବେ ଏହା ସିଝି ଆସିଲେ ଗ୍ୟାସ୍ ବନ୍ଦ କରି ଥଣ୍ଡା ହେବାକୁ ଛାଡିବେ । ଦେଖିବେ ଏହା ଥଣ୍ଡା ହେବା ପରେ ତାକୁ ନେଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଗୋଲମରିଚ ପାଉଡର,କଳା ଲୁଣ, ଲୁଣ, ଭଜା ଜିରା ଗୁଣ୍ଡ, ଗୁଜୁରାତି ପାଉଡର, ଚିନି ଏବଂ ପୁଦିନା ପତ୍ର ପକାଇ ଭଲଭାବେ ଗୋଳାଇବେ । ଏହା ଭଲଭାବେ ମିକ୍ସ ହୋଇ ସାରିବା ପରେ, ଏହାକୁ ନେଇ ଫ୍ରିଜରେ ଥଣ୍ଡା ହେବା ଯାଏଁ ରଖିବେ । ଦେଖିବେ ଏହା ଥଣ୍ଡା ହେବା ପରେ ଫ୍ରିଜରୁ କାଢିବେ । ପ୍ରସ୍ତୁତ ହୋଇଗଲା ଆମ୍ବ ସୁପ୍ । ଏବେ ଏହାର ମଜା ନେଇ ପାରିବେ ।