ଶୁଖିଲା ଲାଲ୍ ଲଙ୍କା, ଲେମ୍ବୁ ରସ, ରସୁଣ, ଲୁଣ, ଚିନି, ଅଦା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ରସୁଣ ଓ ଅଦାର ଚୋପା ଛଡାଇ ରଖିବେ । ଏହାପରେ ଶୁଖିଲା ଲଙ୍କାକୁ ଖଣ୍ଡ ଖଣ୍ଡ କରି , ସେଥିରେ କଟା ରସୁଣ, କଟା ଅଦା, କଟା ଧନିଆ ପତ୍ର, ଚିନି, ଲେମ୍ବୁରସ ଓ ଆବଶ୍ୟକ ପରିମାଣରେ ଲୁଣ ପକାଇ ଗ୍ରାଇଣ୍ଡିଂ କରିବେ । ଗ୍ରାଇଣ୍ଡିଂ ହେବା ପରେ ତାକୁ ଏକ ପାତ୍ରରେ କାଢି ରଖିବେ । ଏହାପରେ ଏକ ଟାଇଟ୍ ଜାରରେ ଏହି ପେଷ୍ଟକୁ ପୁରାଇ ରଖିବେ । ପ୍ରସ୍ତୁତ ହୋଇଗଲା ଶୁଖିଲା ଲଙ୍କା ଚଟଣୀ । ଏହାକୁ ଭାତ କିମ୍ବା ରୋଟି ସହିତ ଖାଇ ପାରିବେ । କିନ୍ତୁ ମନେ ରଖିବେ, ଏହି ଶୁଖିଲା ଲଙ୍କା ଚଟଣୀକୁ ଯେତେବେବେଳେ ବି ଖାଇବେ, ଅଳ୍ପ ପରିମାଣରେ ଖାଇବେ । କାହିଁକି ନାଁ ଏହାର ସ୍ୱାଦ ପାଟିକୁ ଖଟା,ମିଠା ଓ ରାଗ ଲାଗିଥିଲେ ମଧ୍ୟ, ଏଥିରେ ରାଗର ପରିମାଣ ଅଧିକ ରହିଥାଏ । ଅତ୍ୟଧିକ ପରିମାଣରେ ରାଗ ଖାଇବା ଦେହ ପାଇଁ ଭଲ ନୁହେଁ । ଏହି ଚଟଣୀକୁ ଅଧିକ ଦିନ ଷ୍ଟୋର କରି ରଖିବାକୁ ଚାହୁଁଥିଲେ ଏହାକୁ ଫ୍ରିଜରେ ରଖି ପାରିବେ ।