ବ୍ରେଡ୍, ଚିନି, ଲୁଣ, ଲେମ୍ବୁ ରସ, ସିଝା ଗାଜର, ବିଟ୍, ବଟର, ପିଆଜ, ସିଝା ଗ୍ରୀନ୍ ମଟର, ପୁଦିନା ପତ୍ର, ନଡିଆ କୋରା, କଂଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ ବସେଇ ବଟର ପକାଇବେ । ବଟର ଗରମ ହେବାପରେ ସେଥିରେ କଟା ପିଆଜ ପକାଇ,ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ସିଝା କଟା ଗାଜର ପକାଇ ମିକ୍ସ କରିବେ । ତାପରେ ସେଥିରେ ଲୁଣ ଏବଂ ଚିନି ପକାଇ ମିକ୍ସ କରିବେ । ତାପରେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଏହା ଥଣ୍ଡା ହେବା ପରେ , ତାକୁ ନେଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖବେ । ତାପରେ ସେଥିରେ ବଟର ପକାଇ ଭଲଭାବେ ଗୋଳାଇବେ । ତାପରେ ସିଝା ଗ୍ରୀନ୍ ମଟର, ପୁଦିନା ପତ୍ର , ଲେମ୍ବୁ ରସ, ଅଳ୍ପ ନଡିଆ କୋରା ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏବେ ଏହି ମିଶ୍ରଣକୁ ଆଉ ଏକ ପାତ୍ରରେ ରଖି ,ସେଥିରେ ବଟର ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ବିଟରୁଟ୍, ଚିନି, ଲୁଣ, କଂଚା ଲଙ୍କା ଏବଂ ଲେମ୍ବୁ ରସ ପକାଇ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖିବେ । ତାପରେ ସେଥିରେ ବଟର ପକାଇ ମିକ୍ସ କରିବେ । ଏହାପରେ ସମସ୍ତ ମିଶ୍ରଣକୁ ଅଲଗା ଅଲଗା ତିନୋଟି ବ୍ରେଡ୍ ଉପରେ ଲଗାଇବେ । ଏହାପରେ ବ୍ରେଡ୍ ଗୁଡିକୁ ଉପରେ ଉପରେ ଥାକ କରି ରଖିବେ । ଶେଷରେ ଆଉ ଏକ ବ୍ରେଡ୍ ନେଇ ସେଥିରେ ବଟର ଲଗାଇ ଉପରେ ଲେଉଟାଇ ରଖିବେ । ପ୍ରସ୍ତୁତ ହୋଇଗଲା ରିବନ୍ ସାଣ୍ଡୱିଚ୍ । ଏବେ ଏହାର ମଜା ନେଇ ପାରିବେ ।